ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇବାରେ ସମର୍ଥ ହୋଇପାରନ୍ତି। ବନ୍ଧୁଙ୍କ ସହ ଆଲୋଚନାରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି ା
ରାଶି ପାଇଁ ଚନ୍ଦ୍ରଙ୍କ ସ୍ଥିତି ଆମତ୍ୀୟ, ସହକର୍ମୀ କିମ୍ବା ପଡୋଶୀଙ୍କ ସମର୍ଥନ ଲାଭ କରାଇବ। ଚଳିତ ପରିସ୍ଥିତି ଭଲ ନ ଥତ୍ବାରୁ ଯାହା କହିଲେ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତାଜନିତ ଟେନ୍ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେଇପାରେ।
ମଙ୍ଗଳଙ୍କ ଅଷ୍ଟମଦୃଷ୍ଟି ମୁଖଭାବକୁ ଥିବାରୁ ଆପଣଙ୍କ କଡ଼ା କଥା ଓ ଅଶାଳୀନ ବ୍ୟବହାରରୁ ସମସ୍ୟା ଉପୁଜିବ। ଆର୍ଥିକ ଉନ୍ନତି ପରିପ୍ରେକ୍ଷୀରେ ବିଭିନ୍ନ ଧନ୍ଦା ସକାଶେ ବନ୍ଧୁ ପ୍ରୋତ୍ସାହିତ କରିପାରନ୍ତି। ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରା ପରିବହନ ସମସ୍ୟା ସମାଧାନ ହେବ। ମାଲିମକଦ୍ଦମା, ସଭାସମିତି, କ୍ରୀଡ଼ା ଓ ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ନବମଭାବସ୍ଥ ଶନିଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ସମ୍ପର୍କକୁ ତିକ୍ତ କରିବାର ଆଶଙ୍କା ରହିଛି ା ସାଧାରଣ କଥାକୁ ବଡ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢାଇବେ। ଅବଶ୍ୟ ଆପଣ ପରକ୍ଷଣରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ।
ପରିବାର ସକାଶେ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସନ୍ତୁଷ୍ଟ ହେବେ ନାହିଁ। ଏକା ସାଙ୍ଗରେ ଅନେକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ବନ୍ଧୁ ମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବାର ସୂଚନା ରହିଛି। ମାଲିମକଦ୍ଦମା, ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସଫଳତା ପାଇପାରିବେ।
ଧନ ସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ହେତୁ ବନ୍ଧୁଙ୍କ ଆଦର, ବକେୟା ଅର୍ଥ, କର୍ମକ୍ଷେତ୍ରରେ ସମ୍ମାନ ଓ ବିଳାସବ୍ୟସନର ସୁଯୋଗ ଜୁଟିପାରେ ା ମାଙ୍ଗଳିକ କାମ ସକାଶେ ଗୃହ ସାଜସଜ୍ଜା, ଗାଡି ମରାମତି କରିବାରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ଚନ୍ଦ୍ରଙ୍କ ସୁପ୍ରଭାବରୁ ଆଜି ଦିନଟି ଶୁଭଦାୟକ ରହିବ। ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। କଚେରି ମାମଲା କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ରାଜନୈତିକ କ୍ଷେତ୍ର କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି ା
ଦ୍ୱିତୀୟସ୍ଥ ମଙ୍ଗଳଜନିତ ଅପ୍ରିୟ ସତ୍ୟ ଭାଷଣ ବନ୍ଧୁଙ୍କ ମନରେ ଆଘାତ ଦେବ। ଅଭାବ ଦୂରେଇବାକୁ କରଜ କରିବାକୁ ମନସ୍ଥ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
କଠୋର ବାକ୍ୟାଳାପଜନିତ ବନ୍ଧୁଙ୍କ ସହ ମନାନ୍ତର କାରଣରୁ ସୁସମ୍ପର୍କରେ ବ୍ୟାଘାତ ସୃଷ୍ଟି ହେବ। ଶିଳ୍ପ, ବାଣିଜ୍ୟ, ପରିବହନ ତଥା ଆମଦାନୀ କାରବାର କ୍ଷେତ୍ରରେ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆନନ୍ଦ ଲଭିବେ।
ଚତୁର୍ଥଭାବ ପ୍ରତି ଚନ୍ଦ୍ରଙ୍କ ଶୁଭଦୃଷ୍ଟି ନୂତନ ଭାବନାରେ ନିମଜ୍ଜିତ କରାଇପାରେ। ଧର୍ମକାର୍ଯ୍ୟ, ବନ୍ଧୁପ୍ରୀତି, ଶୁଭ ଖବର ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହେବେ। ସାଧାରଣ କଥାକୁ ନେଇ ସମ୍ପର୍କୀୟଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବାର ମଉକା ପାଇପାରିବେ।
ରାହୁ ପ୍ରଭାବରେ ବୃଥାସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ପରିବାରରେ ମତଭେଦ ଉପୁଜିପାରେ। ପର୍ଯ୍ୟଟନ, ତୀର୍ଥାଟନ, ଦୂର ଯାତ୍ରା ଏବଂ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପରିବହନ କିମ୍ବା ବ୍ୟବସାୟରେ ବକେୟା ଆଦାୟରେ ସକ୍ଷମ ହେବେ। ଭୂ-ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃବିବାଦର ସୂତ୍ରପାତ ହୋଇପାରେ।
ଭାଗ୍ୟସ୍ଥ ସପ୍ତମାଧିପତି ଯୋଗୁ ଆଜିର ଯାତ୍ରା, ବାଣିଜ୍ୟ, ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଂଗଠନ, ଲେଖାପଢ଼ା ଓ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସମସ୍ୟା ଲାଗି ରହିବ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ ରଖିବାରେ ସମର୍ଥ ହୋଇପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨ Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates Unsubscribe from updates