Categories: ଅନୁଗୋଳ

ରାଶନ ଯୋଗାଣରେ ଅବହେଳା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ଡାଲି

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- କରୋନା ବିତ୍ପତ୍ତି ଯୋଗୁ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ମାଗଣା ୩ ମାସର ଚାଉଳ ଓ ଡାଲି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଓ ବ୍ଲକରେ ହିତାଧିକାରୀଙ୍କୁ ଏହି ରାଶନ ସାମଗ୍ରୀ ଯୋଗାଣରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଆଠମଲ୍ଲିକର ଅନେକ ହିତାଧିକାରୀଙ୍କୁ ଗତ ମାସ ଶେଷ ସପ୍ତାହରୁ ଚାଉଳ ଯୋଗାଣ ହୋଇ ନ ଥିବାବେଳେ ଏ ପର୍ଯ୍ୟନ୍ତ ଡାଲି ସେମାନଙ୍କୁ ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗରୁ ଜଣାଯାଏ, ଆଠମଲ୍ଲିକ ଏନଏସି ଓ ବ୍ଲକର ୨୪ଟି ପଞ୍ଚାୟତରେ ୨୬ ହଜାରରୁ ଊର୍ଦ୍ଧ୍ୱ ରାଶନ କାର୍ଡଧାରୀ ଅଛନ୍ତି। ଏନ୍‌ଏସିର ୫ଟି ଓ ବ୍ଲକର ୫୫ ରିଟେଲ ସେଣ୍ଟର ଜରିଆରେ ଯୋଗାଣ ବିଭାଗ ଚାଉଳ ଓ ଡାଲି ଯୋଗାଇ ଦେବାର ସରକାର ବ୍ୟବସ୍ଥା କରିଛନ୍ତି l ପ୍ରତ୍ୟେକ ହିଠାଧିକାରୀଙ୍କ ମୁଣ୍ଡ ପିଛା ୧୫ କେଜି ଚାଉଳ ଓ ୩ କେଜି ହରଡ଼ ଡାଲି ଯୋଗାଯିବା କଥା। ମାତ୍ର ଯୋଗାଣ ବିଭାଗ ଗତ ଏପ୍ରିଲ ଶେଷ ସପ୍ତାହରୁ ଚାଉଳ ଯୋଗାଇ ଡାଲି ଯୋଗାଇ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟର ଅନ୍ୟାନ୍ୟ ଜିଲାରେ ଡାଲି ଯୋଗାଇ ଦିଆଯାଇଥିବା ବେଳେ ଏଠାକୁ ଏ ପର୍ଯ୍ୟନ୍ତ ଡାଲି ହିତାଧିକାରୀଙ୍କ ନିକଟରେ ପହଞ୍ଚି ନାହିଁ। ଏ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋକରା ଡାଲି ଆସିବାରୁ ଏହାକୁ ଫେରାଇ ଦିଆ ଦିଆଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଉପଖଣ୍ଡ ଯୋଗାଣ ଅଧିକାରୀ ଦାଶରଥି ସୋରେନ କହିଛନ୍ତି, ଯେ ଡାଲି ଆସିବାରେ ବିଳମ୍ବ ଘଟିଛି । ଦିନେ ଦୁଇ ଦିନ ମଧ୍ୟରେ ଡାଲି ଯୋଗାଇ ଦିଆଯିବ।  ଡାଲି ଆସିବା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡିବ।