Breakfast in the morning. Sandwiches , fruit ,milkshake and sports sneakers
ଆଜିକାଲି ମଧୁମେହ ସାଧାରଣ ରୋଗରେ ପରିଣତ ହେଲାଣି। ହେଲେ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ଏସବୁ ମଧ୍ୟରେ ଦୈନିକ ବ୍ୟାୟାମ ଏବଂ ଚଲାବୁଲା କରିବା ପ୍ରମୁଖ ବିକଳ୍ପ ମଧ୍ୟରୁ ଗୋଟିଏ। ବିଶେଷକରି ରାତ୍ରିଭୋଜନ ପରେ ଦୈନିକ ୧୦ ମିନିଟ ଚାଲନ୍ତୁ। ଲାଭବାନ ହେବେ।
ମଧୁମେହ ରୋଗୀଙ୍କ ପାଇଁ ଚଲାବୁଲା କରିବାର ପ୍ରକୃଷ୍ଟ ସମୟ ହେଲା ଖାଇବା ପରେ। ଖାଇବାର ଘଣ୍ଟାଏ ନଚେତ ଦୁଇ ଘଣ୍ଟା ପରେ ଶରୀରର ଇନ୍ସୁଲିନ ଏବଂ ରକ୍ତ ଶର୍କରାର ମାତ୍ରା କମ୍ ହୋଇ ଯାଇଥାଏ। ଟାଇପ୍-୧ ରୋଗୀଙ୍କୁ ସକାଳେ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଏହା ଦିନସାରା ଶରୀରରେ ଉତ୍ପନ୍ନ ହେଉଥିବା ଇନ୍ସୁଲିନ୍ ମାତ୍ରାକୁ ଅଧିକ ହେବାକୁ ଦେଇ ନ ଥାଏ। ସେହିଭଳି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ସପ୍ତାହକୁ ପାଞ୍ଚଦିନ ଏଭଳି ଚଲାବୁଲା କରିବା ଭଲ ବୋଲି ଆମେରିକା କଲେଜ ଅଫ୍ ସ୍ପୋଟର୍ସ ଆଣ୍ଡ ମେଡିସିନ୍ ଓ ଆମେରିକା ଡାଇବେଟିସ୍ ଆସୋସିଏଶନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ରୋଗୀଙ୍କ ଚଲାବୁଲା କ’ଣ ପାଇଁ ଲାଭଦାୟକ:
– ଏହା ରକ୍ତରେ ଗ୍ଲୁକୋଜ (ଶର୍କରା)ସ୍ତର କମ୍ କରେ।
– ଇନ୍ସୁଲିନ ନେବା ପାଇଁ ଆବଶ୍ୟକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।
– ହୃଦ୍ରୋଗ ଅଥବା ଷ୍ଟ୍ରୋକ୍ର ବିପଦ କମ୍ କରିଥାଏ।
– ଖରାପ କୋଲେଷ୍ଟରଲର ସ୍ତର କମ୍ କରିବା ସହ ଉପାଦେୟ କୋଲେଷ୍ଟରର ସ୍ତର ବଢ଼ାଇଥାଏ।
– ମାନସିକ ଦୁଶ୍ଚିନ୍ତା କମ୍ କରେ।
-ମାଂସପେଶୀ ଏବଂ ହାଡ଼ ମଜଭୁତ କରେ।