ରାତି ୧୦ଟା ପରେ ମହିଳାଙ୍କୁ ଘରେ ପହଞ୍ଚାଇବ ପୋଲିସ

ବେଙ୍ଗାଲୁରୁ,୮।୧୨: କର୍ନାଟକର ଗଦାଗ ପୋଲିସ ଏବେ ମହିଳାମାନଙ୍କୁ ମାଗଣାରେ ଘରେ ପହଞ୍ଚାଇବାର ଯୋଜନା କରିଛି। ରାତି ୧୦ଟାରୁ ଭୋର ୬ଟା ମଧ୍ୟରେ ଯେଉଁ ମହିଳାମାନେ ବାହାରେ ଥିବେ ସେମାନଙ୍କୁ ପୋଲିସ ମାଗଣାରେ ଓ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବ ବୋଲି କହିଛି। ଗଦାଗ ପୋଲିସ ଷ୍ଟେଶନର ଏସ୍‌ପି କହିଛନ୍ତି ବାହାରେ ଥିବା ମହିଳାମାନେ ଯେ କୌଣସି ପୋଲିସ ଷ୍ଟେଶନ ବା ଟୋଲ ଫ୍ରି ନମ୍ବରକୁ ଫୋନ୍‌ କଲେ ପୋଲିସ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବ। ଅର୍ଥାତ୍‌ ସେମାନଙ୍କୁ ମାଗଣାରେ ନେଇ ଉଚିତ୍‌ ସ୍ଥାନରେ ପହଞ୍ଚାଇ ଦେବ।