Categories: Home Leftଖେଳ

ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ

କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏଥିପୂର୍ବରୁ ଭାରତୀୟ ଦଳ ସେମିଫାଇନାଲରେ ସିଙ୍ଗାପୁରକୁ ୩-୦ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

Share