Newly-appointed Pakistani Foreign Minister Shah Mahmood Qureshi addresses the media on his first day at the Foreign Ministry in Islamabad on August 20, 2018. (Photo by FAROOQ NAEEM / AFP)
ଇସଲାମାବାଦ,୧୭।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ପାକିସ୍ତାନ ଭାରତ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ଯେମିତି ପଣ କରିଛି। ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯେଉଁ ବୟାନ ଦେଇଥିଲେ ତାକୁ ଶୁଣି ପାକିସ୍ତାନ ଏକ ପ୍ରକାର ଡରି ଯାଇଛି କହିଲେ ଚଳେ। ପୋଖରାନଠାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ରାଜନାଥ କହିଥିଲେ ଭାରତ ପରମାଣୁ ଅସ୍ତ୍ର ପ୍ରଥମ ପ୍ରୟୋଗ ନ କରିବାର ନିୟମ ରଖିଛି। ହେଲେ ପରିସ୍ଥିତିକୁ ଦେଖି ଏହି ନିୟମରେ ପରିବର୍ତ୍ତନ କରାଯାଇପାରେ। ଏହା ଜାଣିବା ପରେ ପାକିସ୍ତାନ ବୈଦେଶିକମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି, ଭାରତର ଏହି ବୟାନ ଦର୍ଶାଉଛି ଯେ ଭାରତ ହିଂସା ପାଇଁ ଅନାଇ ବସିଛି। ସେ ଆହୁରି ମଧ୍ୟ କହିଛନ୍ତି, ଇତିହାସ କହେ ଯୁଦ୍ଧକୁ ଉସକାଉଥିବା ଦେଶ କେବେ ବିଜୟୀ ହୋଇ ନ ଥାଏ। ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଭାରତ ଏଥିରେ ବିଜୟ ଲାଭ କରିବ ନାହିଁ ବୋଲି ସେ ପରୋକ୍ଷରେ କହିଛନ୍ତି।