Seismograph with paper in action and earthquake - 3D Rendering
ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଛି। ଗତ ୪୦ ଦିନ ମଧ୍ୟରେ ଏହା ଚତୁର୍ଥଥର। ଶୁକ୍ରବାର ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୨ ଥିବା ବେଳେ ଏହା ଏକ ମୃଦୁ ଭୂକମ୍ପ। କରୋନା ଭାଇରସ ପାଇଁ ଦେଶରେ ଲାଗି ରହିଥିବା ଲକ୍ଡାଉନ ମଧ୍ୟରେ ଦିଲ୍ଲୀ- ଏନ୍ସିଆର୍ରେ ଏହା ଚତୁର୍ଥଥର ଭୂକମ୍ପ। ଦିଲ୍ଲୀର ପିତମପୁରା ଅଞ୍ଚଳରେ ଏହା ଅନୁଭୂତ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନାଯୋଗ୍ୟ, ମେ’ ୧୦ ତାରିଖରେ ମଧ୍ୟ ଦିଲ୍ଲୀରେ ଅନୁଭୂତ ହୋଇଥିଲା ଭୂକମ୍ପର ଝଟ୍କା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଥିବାରୁ ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇ ନ ଥିଲା।