New Delhi, Apr 11 (ANI): Police personnel seal West Vinod Nagar after a case of Coronavirus was reported, during a nationwide lockdown, in New Delhi on Saturday. (ANI Photo)
ନୂଆଦିଲ୍ଲୀ,୨୫।୫: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ଏବେ କଣ୍ଟେନମେଣ୍ଟ ଜାନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୯୦ରେ ପହଞ୍ଚିଛି। ୪୧ ନୂଆ ଜୋନ୍ ସାମିଲ ହେବା ପରେ ଏବେ ଏହା ୯୦ରେ ପହଞ୍ଚିଛି। ରାଜଧାନୀରେ ସୋମବାର ସୁଦ୍ଧା ୧୪,୦୫୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬,୭୭୧ ଜଣ ସୁସ୍ଥ ହୋଇ ସାରିଲେଣି ଓ ୨୭୬ ଜଣଙ୍କ ମୃତ୍ୟୁ ହେଲାଣି। ତେବେ ଲକ୍ ଡାଉନ ସମୟରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟାରେ ବୃଦ୍ଧି ଘଟିବା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି।