Close up of male hands in bracelets behind back
କଟକ ରୋଡ଼,୧୦।୯(ଡି.ଏନ୍.ଏ): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ମଙ୍ଗଳବାର ରାଜଧାନୀ କିଟ୍ ଛକରେ ଚଢ଼ାଉକରି ଜଣେ ବ୍ରାଉନ୍ସୁଗାର ବ୍ୟବବସାୟୀଙ୍କୁ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ରଞ୍ଜିତ ସାହୁ। ତାଙ୍କ ନିକଟରୁ ୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଗୋଇନ୍ଦା ଇନ୍ସପେକ୍ଟର ଜଗଦୀଶ ସାମଲ କହିଛନ୍ତି।