West Indies' Andre Russell plays during the 2019 Cricket World Cup group stage match between West Indies and Bangladesh at The County Ground in Taunton, southwest England, on June 17, 2019. (Photo by Saeed KHAN / AFP) / RESTRICTED TO EDITORIAL USE (Photo credit should read SAEED KHAN/AFP/Getty Images)
ମାଞ୍ଚେଷ୍ଟର, ୨୫ା୬ (ପି.ଟି.)-ଆଣ୍ଠୁରେ ଆଘାତ ଯୋଗୁ ଓ୍ବେଷ୍ଟଇଣ୍ଡିଜର ଅନ୍ୟତମ ପ୍ରମୁଖ ଖେଳାଳି ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଚଳିତ ଆଇସିସି ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ଏହି ମେଗା ଇଭେଣ୍ଟ ପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ରସେଲଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିଥିଲା। ତାଙ୍କ ସ୍ଥାନରେ ଓ୍ବେଷ୍ଟଇଣ୍ଡିଜର ଅବଶିଷ୍ଟ ୩ଟି ମ୍ୟାଚ ପାଇଁ ସୁନୀଲ ଆମ୍ବ୍ରିସ୍ଙ୍କୁ ସାମିଲ କରାଯାଇଛି। ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ରସେଲ ଆଘାତପ୍ରାପ୍ତ ହେବା ଦ୍ୱାରା ଦଳ ପ୍ରତି ଶକ୍ତ ଧକ୍କା ଲାଗିଛି। ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ପାଇଁ ରସେଲଙ୍କ ସ୍ଥାନରେ ଆମ୍ବ୍ରିସଙ୍କ ଖେଳାଇବାକୁ ଅନୁମତି ପାଇଁ ଓ୍ବେଷ୍ଟଇଣ୍ଡିଜ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍ସିଲ (ଆଇସିସି)କୁ ଅନୁରୋଧ କରିଥିଲା। ଆଇସିସି ପୁରୁଷ ବିଶ୍ୱକପ୍ ୨୦୧୯ର ଇଭେଣ୍ଟ ଟେକ୍ନିକାଲ କମିଟି ଏହାକୁ ଗ୍ରହଣ କରିଛି। ୨୬ ବର୍ଷୀୟ ଆମ୍ବ୍ରିସ ହେଉଛନ୍ତି ଜଣେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ। ଓ୍ବେଷ୍ଟଇଣ୍ଡିଜ ତରଫରୁ ସେ ୬ଟେଷ୍ଟ ଏବଂ ୬ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଚଳିତ ବିଶ୍ୱକପ୍ରେ ରସେଲଙ୍କଠାରୁ ଓ୍ବେଷ୍ଟଇଣ୍ଡିଜ ଦଳ ଅନେକ କିଛି ଆଶା କରୁଥିଲା। ମାତ୍ର ସେ ଚଳିତ ବିଶ୍ୱକପ୍ରେ ଦଳ ତରଫରୁ ୬ଟି ମ୍ୟାଚ ମଧ୍ୟରୁ ୪ଟ ଖେଳି ୧୨ ଆଭରେଜରେ ମାତ୍ର ୩୬ ରନ କରିବାରେ ସମର୍ଥ ହୋଇଛନ୍ତି। ବୋଲିଂରେ ତାଙ୍କର ଇକୋନୋମି ରେଟ୍ ୫.୩୧ ରହିଥିବାବେଳେ ସେ ୫ଟି ଉଇକେଟ ନେଇ ପାରିଛନ୍ତି। ୧୦ଟି ଦଳକୁ ନେଇ ଅନୁଷ୍ଠିତ ହେଉଥିବା ବିଶ୍ୱକପ୍ରେ ଓ୍ବେଷ୍ଟଇଣ୍ଡିଜ ୬ଟି ଗେମ୍ରୁ ମାତ୍ର ୩ ପଏଣ୍ଟ ସହ ଟେବୁଲରେ ୮ମ ସ୍ଥାନରେ ରହିଛି। ଦଳ ଗୁରୁବାର ଟୁର୍ନାମେଣ୍ଟ ଫେଭରାଇଟ୍ ଭାରତ ସହିତ ମୁକାବିଲା କରିବ।