Categories: Home Leftଖେଳ

ରସେଲଙ୍କୁ ଡାକରା

କଲମ୍ବୋ,୨୩।୨- ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଡାକରା ଦେଇଛି। ୨୦୧୯ ବିଶ୍ୱକପ୍‌ ପରଠାରୁ ସେ ଜାତୀୟ ଦଳ ଲାଗି ଖେଳି ନାହାନ୍ତି। ସେ ଏବେ ବାଂଲାଦେଶ ପ୍ରିମିୟର ଲିି୍‌ଗରେ ଖେଳୁଛନ୍ତି। ଚଳିତ ସପ୍ତାହରେ ୨୩ ବର୍ଷରେ ପଦାର୍ପଣ କରିଥିବା ପେସର ଓଶାନେ ଥୋମାସଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ଶାଇ ହୋପ ଓ ବାମହାତୀ ସ୍ପିନର ଫାବିଆନ ଆଲେନଙ୍କୁ ସାମିଲ କରାଯାଇଛି।