Categories: ଅନୁଗୋଳ

ରବି ପାଣି ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ

ତାଳଚେର,୧୮ା୨(ନି.ପ୍ର.)- ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତାଳଚେରର ରବି ନାରାୟଣ ପାଣିଙ୍କୁ ମନୋନୀତ କରାଯାଇଛି। ତାଳଚେରରୁ ଓକିଲାତି ଜୀବନ ଆରମ୍ଭ କରିଥିବା ପାଣି ଥରେ ଏମ୍‌ପି ଓ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ବିଜୁଜନତା ଦଳରୁ ଇସ୍ତଫା ଦେଇ ସେ ଭାଜପାରେ ଯୋଗ ଦେଇଥିଲେ। ଏହି ନୂତନ ଦାୟିତ୍ୱ ପାଇଁ ପାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସାଧୁବାଦ ଜଣାଇଛନ୍ତ