MUMBAI, INDIA - JANUARY 22: Bollywood Actor Deepika Padukone spotted on the sets of reality TV show Nach Baliye where she is promoting her upcoming film Race 2 on January 22, 2013 in Mumbai, India. (Photo by Amlan Dutta/Hindustan Times via Getty Images)
ଦୀପିକା ପାଦୁକୋନ୍ – ରଣବୀର ସିଂହ ନିଜର କ୍ୟାରିୟର ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍ ସନ୍ତୁଳନ ରକ୍ଷା କରି ଚାଲିଛନ୍ତି। ବେଳେବେଳେ ଦୁହିଁଙ୍କ ଗଭୀର ପ୍ରେମକୁ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ଚାହିଁଥାନ୍ତି। କିଛିଦିନ ତଳେ ସୋସିଆଲ ମିଡିଆରେ ଦୀପିକାଙ୍କ ସ୍କୁଲ ସମୟର ରିମାର୍କ କାର୍ଡ ଦେଖିବାକୁ ମିଳିଥିଲା। ଏଥିରେ ସ୍ବାମୀ ରଣବୀର ଦୀପିକାଙ୍କୁ ଟ୍ରୋଲ୍ କରିଥିଲେ। ଏହା ଦେଖି ଦୀପିକା ‘ଆଜି ରାତିରେ ତୁମ ଖାଇବା ବନ୍ଦ’ ବୋଲି ଧମକାଇ ଉତ୍ତର ଲେଖିଥିଲେ।
ଇନ୍ଷ୍ଟାଗ୍ରାମରେ ଦୀପିକାଙ୍କ ଏହି କୌତୁକିଆ କମେଣ୍ଟକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ହଜାର ୟୁଜର ଲାଇକ୍ କରିସାରିଲେଣି।
କହିରଖୁଛୁ, ଦୀପିକାଙ୍କ ସ୍କୁଲ ରିମାର୍କ କାର୍ଡରେ ଲେଖାଥିଲା, ଦୀପିକା ଶ୍ରେଣୀରେ ବହୁତ ଗପିଥାନ୍ତି। ସେ ଦିନରେ ସ୍ବପ୍ନ ଦେଖିଥାନ୍ତି। ଶିକ୍ଷକଙ୍କ ରିମାର୍କ ଦେଖି ଏଥିରେ ରଣବୀର ଲେଖିଛନ୍ତି, ସାର୍ ମୁଁ ଆପଣଙ୍କ ସହ ସହମତ। ବହୁତ ସମସ୍ୟା ବି ସୃଷ୍ଟି କରନ୍ତି। ଏହା ପରେ ରଣବୀରଙ୍କୁ ଉତ୍ତର ଦେବାରେ ଦୀପିକା ବି ପଛାଇ ନ ଥିଲେ।