SYDNEY, AUSTRALIA - JANUARY 03: Cheteshwar Pujara of India celebrates scoring a century during day one of the Fourth Test match in the series between Australia and India at Sydney Cricket Ground on January 03, 2019 in Sydney, Australia. (Photo by Cameron Spencer/Getty Images)
ରାଜକୋଟ,୭।୩(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ସୌରାଷ୍ଟ ପକ୍ଷରୁ ବେଙ୍ଗଲ ବିପକ୍ଷ ରଣଜୀ ଫାଇନାଲରେ ଖେଳିବେ। ଏ ନେଇ ଶନିବାର ସ୍ପଷ୍ଟ ହୋଇଛି। ସୋମବାରଠାରୁ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଘରୋଇ କ୍ରିକେଟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମ ରଣଜୀ ଫାଇନାଲ ଆୟୋଜନ କରିବାକୁ ଯାଉଛି। ୭୭ ଟେଷ୍ଟ ଖେଳିଥିବା ପୂଜାରା ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ମୋଟ ୪ ଇନିଂସରେ ସେ ୧୦୦ ରନ୍ କରିଥିଲେ। ଖ୍ରୀଷ୍ଟଚର୍ଚ୍ଚଠାରେ ୫୪ ରନ୍ର ଏକମାତ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଜୟଦେବ ଉନାଡକଟଙ୍କ ନେତୃତ୍ୱରେ ଶନିବାର ଘୋଷିତ ୧୭ ଜଣିଆ ସୌରାଷ୍ଟ୍ର ଦଳରେ ପୂଜାରା ସ୍ଥାନ ପାଇଛନ୍ତି। ଗୁଜରାଟ ବିପକ୍ଷ ସେମିଫାଇନାଲ ଜିତିବା ପରେ ପୂଜାରାଙ୍କ ସହ ଯୋଗାଯୋଗରେ ଥିବା ଉନାଡକଟ କହିଥିଲେ। ଏସ୍ସିଏ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଫାଇନାଲରେ ଖେଳାଇବାକୁ ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ବିସିସିଆଇ ଏହାକୁ ଅସ୍ବୀକାର କରି ନେଇଥିଲା।