Categories: Home Leftଖେଳ

ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ବ୍ୟବହାର ହେବ ନାହିଁ ଡିଆରଏସ୍‌

ନୂଆଦିଲ୍ଲୀ,୧୮।୨- ରଣଜୀ ଟ୍ରଫି ନକଆଉଟ୍‌ରେ ସୀମିତ ଡିଆରଏସ୍‌ ବ୍ୟବହାର କରାଯିବ। ଫଳରେ କ୍ୱାର୍ଟର ଫାଇନାଲର କୌଣସି ମ୍ୟାଚ୍‌ ଡିଆରଏସ୍‌ ବ୍ୟବହାର ହେବ ନାହିଁ। କିନ୍ତୁ ଏହା ସେମିଫାଇନାଲ ଓ ଫାଇନାଲ ପାଇଁ ଉପଲବ୍ଧ ହେବ। ଏ ନେଇ ବିସିସିଆଇ ଜେନାରାଲ ମ୍ୟାନେଜର (ଅପରେଶନ୍ସ) ସବା କରିମ କହିଛନ୍ତି। ୪ କ୍ୱାର୍ଟର ଫାଇନାଲ ମଧ୍ୟରୁ କେବଳ ଦୁଇଟି ମ୍ୟାଚ୍‌ର ସିଧାପ୍ରସାରଣ କରାଯିବ। ଏଣୁ କ୍ୱାର୍ଟର ଫାଇନାଲରେ ଡିଆରଏସ୍‌ ବ୍ୟବହାର କରାଯିବ ନାହିଁ ସେ କହିଛନ୍ତି। ୨୦୧୮-୧୯ ସିଜନରେ ଅମ୍ପାୟରମାନେ ବହୁ ପରିମାଣରେ ତ୍ରୁଟି କରିଥିଲେ। ଏଥିଯୋଗୁ ଗତବର୍ଷ ଜୁନରେ ପ୍ରଶାସକ କମିଟି (ସିଓଏ) ଡିଆରଏସ୍‌ର ସୀମିତ ବ୍ୟବହାରକୁ ମଞ୍ଜୁର ଦେଇଥିଲେ। ଉଲ୍ଲେଖଯୋଗ୍ୟ, କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଓଡ଼ିଶା ଓ ବେଙ୍ଗଲ ମ୍ୟାଚ୍‌ ଏବଂ ଗୁଜରାଟ-ଗୋଆ ମ୍ୟାଚ୍‌ ହଟଷ୍ଟାର ଓ ଷ୍ଟାର ସ୍ପୋଟର୍‌ସ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।