New Delhi: Justice Ranjan Gogoi during the book launch 'Every Child Matters' written by Nobel Peace Laureate Kailash Satyarthi at a function, in New Delhi on Friday, June 01, 2018. (PTI Photo/Manvender Vashist) (PTI6_1_2018_000157B)
ନୂଆଦିଲ୍ଲୀ, ୧୭।୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା (୧)ର ଉପଧାରା (କ)ରେ ପ୍ରଦତ୍ତ କ୍ଷମତାର ପ୍ରୟୋଗ ବଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଗୋଗୋଇଙ୍କୁ ରାଜ୍ୟ ସଭାକୁ ମନୋନୀତ କରିଥିବା ଏଥିରେ କୁହାଯାଇଛି। କେ.ଟି.ଏସ୍. ତୁଲସୀଙ୍କ ଅବସର ପରେ ରାଜ୍ୟ ସଭାରେ ଗୋଟିଏ ମନୋନୀତ ସଦସ୍ୟ ଆସନ ଖାଲିପଡ଼ିଥିଲା। ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବର ୯ରେ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟା ବିବାଦ ମାମଲାରେ ଐତିହାସିକ ରାୟ ପ୍ରଦାନ କରିଥିଲେ।