Duplicate grunge rubber stamp on white, vector illustration
ଗୋପାଳପୁର,୮।୧- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀଙ୍କର ସିଟି ସାର୍ଟିଫିକେଟ ବୁଧବାର ଯାଞ୍ଚ ପରେ ନକଲି ଜଣାପଡିଛି। ଶିକ୍ଷୟିତ୍ରୀ ଜଣକ ହେଲେ ଭାରତୀ ଲକ୍ଷ୍ମୀ ମିଶ୍ର। ଏନେଇ ଗୋପାଳପୁର ଥାନାରେ ରଙ୍ଗେଇଲୁଣ୍ଡା ବିଇଓ ଡ. ପ୍ରଭାତୀ ମହାପାତ୍ର ଏତଲା ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ଶିକ୍ଷୟିତ୍ରୀ ୨୦୧୧ରେ ଶିକ୍ଷା ସହାୟିକା ଭାବେ ଉକ୍ତ ସ୍କୁଲରେ ନିଯୁକ୍ତି ପାଇଥିଲେ। ୨୦୧୭ରେ ସହକାରୀ ଶିକ୍ଷୟିତ୍ରୀ ଭାବେ ନିୟମିତ ହୋଇଥିଲା। ୨୦୧୯ରେ ଭାରତୀଙ୍କର ସିଟି ସାର୍ଟିଫିକେଟ ଅସଲି କି ନକଲି ସେ ନେଇ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଘଟଣା ଜଣାପଡିବା ପରେ ବିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବା ସହ ଗୋପାଳପୁର ଥାନାରେ ନଂ.୨/୨୦ରେ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଏବେ ଛୁଟିରେ ଥିବା ଜଣାପଡିଛି।