Categories: ଅନୁଗୋଳ

ରଙ୍କାସିଂହା ଗ୍ରାମରେ ଅଗ୍ନିକାଣ୍ଡ: ୧୦ ପରିବାର ସର୍ବସ୍ବାନ୍ତ

ବଅଁରପାଳ,୮।୬(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଫୁଲୁପଡ଼ା ପଞ୍ଚାୟତ ରଙ୍କାସିଂହା ଗ୍ରାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଶଶିକାନ୍ତ ବେହେରା, କାର୍ତ୍ତିକ ବେହେରା, ସୁବ୍ରତ ବେହେରା, କୁମୁଦ ବେହେରା, କ୍ଷୀରୋଦ ବେହେରା, ସୁବାସ ବେହେରା, ଶଲୀଳ ବେହେରା, ସୁରେଶ ବେହେରା, ହୃଦୟ ବେହେରା, ରମେଶ ଚନ୍ଦ୍ର ବାଡିଆଙ୍କ ଘର ପୋଡି ଯାଇଛି। ଏଥିସହ ଘରେ ଥିବା ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପ଼ଡିନାହିଁ। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ ଅଗ୍ନି ବିପନ୍ନମାନଙ୍କୁ ଜରିପାଲ ବଣ୍ଟନ କରିବାସହ କ୍ଷୟକ୍ଷତି ଆକଳନ କରିଛନ୍ତି।