The young woman sleeping on the bed; Shutterstock ID 560770756
ରାତିରେ ଘରେ ନୀଳ ରଙ୍ଗର ବେଡ୍ ଲାଇଟ୍ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ମାତ୍ର ୩୦ ମିନିଟ୍ ନୀଳ ରଙ୍ଗ ଆଲୋକରେ ରହିବା ଦ୍ୱାରା ୨୪ ଘଣ୍ଟା ସୂର୍ଯ୍ୟାଲୋକରେ ରହିବାର ଫାଇଦା ମିଳିଥାଏ। ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇ ହାର୍ଟ ଆଟାକ୍ ସମସ୍ୟା ଦୂର ହୋଇଥାଏ। ହାର୍ଟ ସମସ୍ୟା ଥିବା ରୋଗୀ ନିୟମିତ କିଛି ସମୟ ପାଇଁ ଏଭଳି ଆଲୋକରେ ରହିଲେ ସୁଫଳ ମିଳିଥାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।