The dead man's body. Focus on hand
ବାସୁଦେବପୁର / ପଦ୍ମପୁର,୨୬।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ନିକଟ ବିଶ୍ୱାଳ ଗୋହିରୀ ଯୋରରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କୁ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ।
ଗ୍ରାମର କିଛି ଲୋକ ଶୌଚହେବା ଲାଗି ସକାଳୁ ଯୋରକୁ ଯାଇଥିବା ସମୟରେ ମୃତଦେହ ଭାସୁଥିବା ଦେଖି କସିଆ ସାମୁଦ୍ରିକ ଥାନାକୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।