ଯୋଗାସନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲୋମ୍ବୋ,୨୧।୬: ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରସେନା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାସନ କରିଛନ୍ତି। ଯୋଗ କରୁଥିବାର ଏକ ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଅବସରରେ ସାରା ବିଶ୍ୱକୁ ଯୋଗର ମହତ୍ୱ ବୁଝାଇବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଜୁନ ୨୧କୁ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିବାରୁ ବନ୍ଧୁ ମୋଦିଙ୍କୁ ମୈତ୍ରିପାଲ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ସମସ୍ତଙ୍କୁ ତାଙ୍କ ଭଳି ଯୋଗ କରିବାକୁ ନିବେଦନ କରିଛନ୍ତି।