Group of school kids reading for education
ଏମିତି ଏକ ଦେଶ ରହିଛି, ଯେଉଁଠାରେ ପ୍ରତିଦିନ ପିଲାଙ୍କୁ ପଢ଼ିବାକୁ ଯିବାକୁ ଏବଂ ସେଠାରୁ ଫେରିବାକୁ ଇଣ୍ଟରନ୍ୟାସନାଲ୍ ବର୍ଡର୍ କ୍ରସ୍ କରିବାକୁ ପଡ଼େ। ଏହି ସ୍କୁଲ୍ ଆମେରିକାରେ ରହିଛି। ପ୍ରକୃତରେ ଆମେରିକାର କଲମ୍ବସ୍ ଏଲିମେଣ୍ଟ୍ରି ସ୍କୁଲ୍ରେ ଅନେକ ପିଲା ବିଦେଶରୁ ପଢ଼ିବାକୁ ଆସିଥାନ୍ତି। ଏମାନେ ପ୍ରତିଦିନ ଇଣ୍ଟରନ୍ୟାସନାଲ୍ ବର୍ଡର୍ ପାରି କରି ସ୍କୁଲ୍ ଆସିଥାନ୍ତି। ଏହାସହ ବିନା ପାସ୍ପୋର୍ଟରେ ଏମାନଙ୍କୁ ବର୍ଡର୍ ଏଣ୍ଟ୍ରି ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଏଣ୍ ସ୍କୁଲ୍ରେ ପ୍ରାୟ ୬୦୦ ପିଲାଙ୍କ ମଧ୍ୟରୁ ପ୍ରାୟ ୪୨୦ ଜଣ କେବଳ ସୀମା ପାର୍ କରି ପଢ଼ିବାକୁ ଆସନ୍ତି। ପ୍ରତିଦିନ ପିଲାମାନେ ସ୍କୁଲ୍ ଯିବା ବେଳେ ନିଜ ପାଖରେ ପାସ୍ପୋର୍ଟ ରଖନ୍ତି । ଯେତେବେଳେ ସେମାନେ ଆମେରିକାର ସୀମା ପାଖରେ ପହଞ୍ଚନ୍ତି, ସେତେବେଳେ ପ୍ରଥମେ କଷ୍ଟମ୍ କ୍ଲିୟରାନ୍ସ ପାଇଁ ନିଜ ପାସ୍ପୋର୍ଟ ଦେଖାନ୍ତି। ଯେତେବେଳେ କ୍ଲିୟରାନ୍ସ ମିଳିଯାଏ, ସେତେବେଳେ ଆମେରିକା ସୀମାରେ ପ୍ରବେଶ କରନ୍ତି। ସ୍କୁଲ୍ ବସ୍ ଏହି ସୀମା ପର୍ଯ୍ୟନ୍ତ ଆସିଥାଏ। ପିଲାଙ୍କୁ ନେବାଆଣିବା ଏହି ବସ୍ ଉପରେ ନ୍ୟସ୍ତ ଥାଏ।