B5GW5D Peculiar baby's tombs, at Kambira (Sulawesi - Indonesia). Tombes particulieres d' enfants, a Kambira (Indonesie).. Image shot 2008. Exact date unknown.
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ ମଧ୍ୟ ସେ ସବୁ ପରମ୍ପରା ସତ ହୋଇଥାଏ। ଇଣ୍ଡୋନେସିଆରେ ଥିବା ଏମିତି ଏକ ପରମ୍ପରା ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ସତ ହେଲେ ସେଠାକାର ଏହି ପରମ୍ପରା ବହୁ ଦଶନ୍ଧି ଧରି ଚଳି ଆସୁଛି। ଏଠାରେ କେହି ଶିଶୁଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ଏକ ଜୀବନ୍ତ ଗଛର ଗଣ୍ଡିରେ ସମାଧି ଦିଆଯାଇଥାଏ। ଶିଶୁଟିର ମୃତ୍ୟୁ ପରେ ତାକୁ ଏକ କପଡା ଦ୍ୱାରା ଢାଙ୍କି ଦିଆଯାଏ। ଏହାପରେ ଉକ୍ତ ମୃତଦେହକୁ ତାଳ ପତ୍ରକାଠରେ ତିଆରି ଏକ ଛାଞ୍ଚରେ ରଖି ଗଛ ଗଣ୍ଡିରେ କଣା କରି ସମାଧି ଦିଆଯାଇଥାଏ। ଏପରି କରିବା ଦ୍ୱାରା ଶିଶୁଟିର ଆତ୍ମା ଶାନ୍ତି ପାଇଥାଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ତେବେ ଦୁଧଦାନ୍ତ ଉଠିବା ପୂର୍ବରୁ ଯେଉଁ ଶିଶୁମାନଙ୍କର ମୃତ୍ୟୁ ହୋଇଥାଏ କେବଳ ସେହି ଶିଶୁଙ୍କୁ ଏପରି ଭାବେ ସଂସ୍କାର କରାଯାଏ।