Categories: ଗଞ୍ଜାମ

ଯୁବତୀଙ୍କୁ ଅସଦାଚରଣ, ବ୍ୟବସାୟୀ ଗିରଫ

ବ୍ରହ୍ମପୁର ଅଫିସ,୨୫ା୮-ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ବିଚ ରାସ୍ତାରେ ତାଙ୍କୁ ଅସଦାଚରଣ କରିବା ଅଭଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବ ବ୍ୟବସାୟୀଙ୍କୁ ରବିବାର ଗିରଫ କରିଛି । ସେ ହେଲେ ପି. ସରୋଜ କୁମାର। ମାମଲା ନଂ.୧୭୧/୧୯ ଅନୁସାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ସରୋଜ ଉକ୍ତ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଭଲ ପାଉଥିଲେ। ରବିବାର ଯୁବତୀଙ୍କୁ ସରୋଜ ଟଣାଓଟରା କରିବା ସହ ରାସ୍ତାରେ ଅସଦାଚରଣ କରିଥିଲେ। ତେଣୁ ବାଧ୍ୟ ହୋଇ ସେ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସରୋଜଙ୍କୁ ଗିରଫ କରିଛି।

Share
Tags: gunjam