ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆସିକା,୧୯ା୧(ଡି.ଏନ୍‌.ଏ)- ଆସିକା ଥାନା କାଳଷଣ୍ଢପୁର ଗ୍ରାମରେ ରବିବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ରାଜେଶ୍ୱର ମହାନ୍ତି (୩୫)। ଏ ନେଇ ପୋଲିସ ନଂ. ୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରାଜେଶ୍ୱର ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଫ୍ୟାନ୍‌ରେ ଏକ ଗାମୁଛା ବାନ୍ଧି ଝୁଲିପଡିଥିଲେ। ବାପଘରକୁ ଫେରି ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଆସିକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ମୃତଦେହକୁ ଜବତ କରି ଆସିକା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ତଦନ୍ତ ଚଳାଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

Share
Tags: ganjam