Southampton: Rain covers on the pitch after play was stopped due to rain during the World Cup cricket match between South Africa and the West Indies at The Ageas Bowl in Southampton, Monday, June 10, 2019.AP/PTI(AP6_10_2019_000103B)
ସାଉଥାମ୍ପଟନ, ୧୧ା୬ (ପି.ଟି.)-ସୋମବାର ଏଠାରେ ଦକ୍ଷିଣ ଆଫ୍ରିକା ବନାମ ଓ୍ବେଷ୍ଟଇଣ୍ଡିଜ ବିଶ୍ୱକପ୍ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଖେଳ ସ୍ଥଗିତ ରଖାଯିବା ବେଳକୁ ଟସ୍ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୮ ଓଭରରେ ୨ ଉଇକେଟ ବିନିମୟରେ ୨୯ ରନ କରିଥିଲା। ଓ୍ବେଷ୍ଟଇଣ୍ଡିଜର ଶେଲ୍ଡନ କୋଟ୍ରେଲ ହାଶିମ୍ ଅମ୍ଲା ଏବଂ ଏଡେନ୍ ମାରକ୍ରାମ୍ଙ୍କୁ ଆଉଟ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ। କ୍ୱିଣ୍ଟନ ଡି’ କକ୍ ୧୭ ରନ ଏବଂ ଫାଫ୍ ଡୁପ୍ଲେସି ବିନା କୌଣସି ରନରେ ଅପରାଜିତ ରହିଥିଲେ। ଆଉ ଖେଳ ସମ୍ଭବ ନ ହେବାରୁ ଉଭୟ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ଇଂଲଣ୍ଡ, ବାଂଲାଦେଶ ଓ ଭାରତଠାରୁ ପଛକୁ ପଛ ପରାଜୟବରଣ ପରେ ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟରେ ପ୍ରଥମ ପଏଣ୍ଟ ଅର୍ଜନ କରିଛି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜର ପଏଣ୍ଟ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏହି ଦଳ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି।