Paris: Hungary's Timea Babos, second right, and France's Kristina Mladenovic, right, hold the trophy after winning the women's doubles final match of the French Open tennis tournament against China's Duan Yingying, second left, and Zheng Saisai, left, at the Roland Garros stadium in Paris, Sunday, June 9, 2019.AP/PTI(AP6_9_2019_000101B)
ପ୍ୟାରିସ, ୯ା୬- ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିଚ୍ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ସେ ଏବଂ ହଙ୍ଗେରୀର ତାଙ୍କ ପାର୍ଟନର ଟିମିଆ ବାବୋସ ୬-୨, ୬-୩ ସେଟ୍ରେ ଚାଇନିଜ୍ ଅଣସିଡ୍ ଯୋଡ଼ି ଡୁଆନ୍ ୟିଙ୍ଗ୍ୟିଙ୍ଗ୍ ଏବଂ ଝେଙ୍ଗ ସାଇସାଇଙ୍କୁ ପରାସ୍ତ କରି ସେମାନଙ୍କ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏହି ଯୋଡ଼ି ୨୦୧୮ରେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ। ଚଳିତ ବର୍ଷ ଆରମ୍ଭରେ ବାବୋସ ଏବଂ ମ୍ଲାଡେନୋଭିଚ୍ ମେଲବୋର୍ନଠାରେ ରନର୍ସଅପ୍ ହୋଇଥିଲେ। ମ୍ଲାଡେନୋଭିଚ୍ ୨୦୧୬ରେ କାରୋଲିନ୍ ଗାର୍ସିଆଙ୍କ ସହିତ ତାଙ୍କ ପ୍ରଥମ ଫ୍ରେଞ୍ଚ୍ ଓପନ ଟାଇଟଲ ଜିତିଥିଲେ। ଆସନ୍ତା ଡବଲ୍ସ ର଼୍ୟାଙ୍କିଙ୍ଗରେ ସେ ଶୀର୍ଷ ସ୍ଥାନରେ ରହିବେ। ସୂଚନାଯୋଗ୍ୟ, ମ୍ଲାଡେନୋଭିଚ୍ଙ୍କ ବୟ ଫ୍ରେଣ୍ଡ୍ ହେଉଛନ୍ତି ଟେନିସ ଖେଳାଳି ଡୋମିନିକ୍ ଥିମ୍।