Board of Control for Cricket in India Chief Executive Officer Rahul Johri, right, listens to Royal Challengers Bangalore team Chairman Amrit Thomas at a press conference during the Indian Premier League (IPL) player auction in Bangalore, India, Monday, Feb. 20, 2017. The IPL auctions are being held in Bangalore for the tenth edition of the domestic Twenty20 cricket tournament, which will be held at ten different venues across the country from April 5 to May 21. (AP Photo/Aijaz Rahi)
ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି କହିଛନ୍ତି। ଏହା ହୋଇପାରିଲେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ବାଟ ଫିଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଖେଳଳିଙ୍କ ନିରାପତ୍ତା ଓ ସ୍ବାସ୍ଥ୍ୟକୁ ପ୍ରଥମିକତା ଦେବା ଉପରେ ସେ ତାଙ୍କ କଥାକୁ ଦୋହରାଇଛନ୍ତି। କୋଭିଡ-୧୯ ମହମାରୀରୁ ରକ୍ଷା ପାଇବା ପାଇଁ କ’ଣ କରିବାକୁ ହେବ ତାହା ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କ ଉପରେ ଛାଡି ଦିଆଯିବା ଉଚିତ। ନିଜର ସୁରକ୍ଷା ପାଇଁ କ’ଣ କରିବାକୁ ହେବ ସେ ନେଇ ସମସ୍ତଙ୍କର ଅଧିକାର ରହିଛି ବୋଲି ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଜୋହରି କହିଛନ୍ତି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍। ତେବେ ମୌସମୀ ପରେ କ୍ରିକେଟ ବ୍ୟବହାରିକ ଭାବେ ଆରମ୍ଭ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତରେ ମୌସୁମୀର ପ୍ରଭାବ ରହିବ। ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଘୁଞ୍ଚାଇ ଦିଆଯାଏ ତା’ହେଲେ ଅକ୍ଟୋବର- ନଭେମ୍ବରରେ ଆଇପିଏଲ ଆୟୋଜନ ହେବା ନେଇ ଆକଳନ କରାଯାଉଛି। ପରିସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। ସ୍ଥିତି ନିୟନ୍ତ୍ରଣକୁ ଆସିଲେ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ମହାମାରୀ କାରଣରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ କଟକଣା ଲାଗୁ ହୋଇଥିବାରୁ ବିଦେଶୀ ଖେଳାଳି ଆସିବା ସମ୍ଭବ ହେବନି ବୋଲି କୁହାଯାଉଛି। ତେବେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଆଇପିଏଲ ଖେଳାଯିବା ଯୋଜନାକୁ ସେ ନାପସନ୍ଦ କରିଛନ୍ତି। ତାରକା ବିଦେଶୀ ଖେଳାଳିମାନେ ସାମିଲ ହେଲେ ଆଇପିଏଲ ତା’ର ଚମକ ବଜାୟ ରଖିବାରେ ସଫଳ ହେବ। ତେବେ ସମୟକ୍ରମେ ଧୀରେ ଧୀରେ ସବୁ ସମ୍ଭବ। ସରକାରଙ୍କ ନୂଆ ନିର୍ଦ୍ଦେଶନାମାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଖେଳାଳିମାନଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ୍ ନେଇ ମଧ୍ୟ ଏବେ ଚର୍ଚ୍ଚା ହେଉଛି। ଏହାକୁ ବାଦ୍ ଦେଲେ କ୍ରିକେଟ ଆରମ୍ଭ କରିବାକୁ ହେଲେ ଆଗକୁ ବହୁତ କିଛି ଚ୍ୟାେଞ୍ଜେ ରହିଛି। ଅକ୍ଟୋବରରୁ ମେ ପର୍ଯ୍ୟନ୍ତ ଭାରତର ଆଗାମୀ ଲମ୍ବା ଘରୋଇ ସିଜନରେ ୨,୦୦୦ରୁ ଊର୍ଦ୍ଧ୍ୱ ମ୍ୟାଚ୍ ଖେଳାଯିବା ନେଇ ବହୁତ ଚ୍ୟାଲେଞ୍ଜ୍ ରହିଛି ବୋଲି ଜୋହରି ସ୍ବୀକାର କରିଛନ୍ତି।