ମୌଲାନା ସାଦ୍‌ଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ ,୧।୪: ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ ଘଟଣାରେ ମୌଲାନା ମହମ୍ମଦ୍‌ ସାଦ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ୧୪୪ ଧାରା ଲାଗୁ ହୋଇଥିଲେ ମଧ୍ୟ ମୌଲାନା ଏହାକୁ ଖାତିର ନ କରି ୧୮୯୭ ମହାମାରୀ ଅଧିନିୟମର ଉଲ୍ଲଂଘନ କରିଥିବାରୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତାଙ୍କ ବିରୋଧରେ ଅନ୍ୟ ଆଇପିସି ଧାରା ମଧ୍ୟ ଲାଗୁ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୌଲାନା ମାର୍ଚ୍ଚ ୨୮ରୁ ଫେରାର ଥିବା କୁହାଯାଉଛି।