ମୋ ଜଙ୍ଗଲ ଜମି ଯୋଜନା ରେ ୧୪ ପରିବାରକୁ ମିଳିଲା…..

କର୍ଲାମୁଣ୍ଡା:୧୮।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁର ୧୪ ଆଦିବାସୀ ପରିବାରଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ମୋ ଜଙ୍ଗଲ ଜମି ଯୋଜନାରେ ମଙ୍ଗଳବାର ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି ଅବସରରେ ବ୍ଲକ ସମ୍ମିଳନୀ କକ୍ଷଠାରେ ତହସିଲଦାର ଅରୁଣବର୍ଗେ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, କର୍ଲାମୁଣ୍ଡା ବ୍ଲକ ଦାୟିତ୍ୱ ରେ ଥିବା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀନୀ ଭୂମିସୁତା ମାଝୀ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସାଗତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ରାଜପୁର ପଞ୍ଚାୟତ ଗୋଇନ୍ଦାମୁଣ୍ଡା ଗ୍ରାମ ର ୫ ଟି ପରିବାର ଓ ଜୋରାଡବରା ପଞ୍ଚାୟତ ଟେର୍ଚାପଲା ଗ୍ରାମର ୯ ଟି ପରିବାରକୁ ଜମି ପଟ୍ଟା ବଣ୍ଟନ କରିଥିଲେ।ଏହା ସହିତ ଗୋଇନ୍ଦାମୁଣ୍ଡା ଗ୍ରାମ ସଭାକୁ ଗୋଷ୍ଠୀ ଗତ ଅଧିକାର ଓ ଗୋଷ୍ଠୀ ସମ୍ବଳ ଅଧିକାର ରେ ୪୩.୨୦୦ ଏକର ପଟ୍ଟା ଦିଆଯାଇଥିବା ଜଣାପଡିଛି। ଏଥିରେ ଜଙ୍ଗଲ ରେ ନିଆଁ ନ ଲଗେଇବାପାଇଁ ତଥା ଜଙ୍ଗଲ ସୁରକ୍ଷା, ସଂରକ୍ଷଣ କରିବା ଉପରେ ଅଧିକାରୀ ମାନେ ସଚେତନ କରିଥିଲେ।କାର୍ଯ୍ୟକ୍ରମ ରେ ସଂଯୋଜକ ମୋତିଲାଲ ସାହୁ ପରିଚାଳନା କରିଥିଲେ।