New Delhi, May 12 (ANI): Prime Minister Narendra Modi addresses the nation, in New Delhi on Tuesday. (ANI Photo)
ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସରକାରଙ୍କ ଉପଲବ୍ଧି ଓ ଆଗକୁ ଥିବା ଆକାଂକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ସହ ଏକାଠି ହୋଇ ଲମ୍ବା ଯୁଦ୍ଧରେ ଲଢୁଥିବା ଦେଶବାସୀଙ୍କର ଖୁବ୍ ପ୍ରଶଂସା କରିଛନ୍ତି ମୋଦି। ଦେଶବାସୀ ଏହା ପ୍ରମାଣ କରିଛନ୍ତି ଯେ ସାମୁହିକ ବଳ ଓ ସାମର୍ଥ୍ୟ ବିଶ୍ୱର ଶକ୍ତିଶାଳୀ ଦେଶଠାରୁ ବହୁ ଆଗରେ। ମୋଦି ଲେଖିଛନ୍ତି ଆଜିଠାରୁ ଏକବର୍ଷ ପୂର୍ବରୁ ଭାରତୀୟ ଲୋକତନ୍ତ୍ର ଇତିହାସରେ ଏକ ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଥିଲା। ଦେଶରେ ପ୍ରାୟ ଗୋଟିଏ ଦଶକ ପରେ ପୂର୍ଣ୍ଣ ବହୁମତରେ କୌଣସି ସରକାରକୁ ଲଗାତାର ଦ୍ୱିତୀୟଥର ଜନତା ଶାସନ କ୍ଷମତା ଦେଇଥିଲେ। ଆଉ ଏହି ଅଧ୍ୟାୟକୁ ରଚନା କରିବାକୁ ଦେଶବାସୀଙ୍କର ବହୁତ ବଡ ଭୂମିକା ରହିଛି। ଆପଣମାନଙ୍କ ପାଖରେ ମଥାନତ କରିବାକୁ ଏହା ମୋ ପାଇଁ ଏକ ଅବସର ବୋଲି ମୋଦି କହିଛନ୍ତି। ଯଦି ପରିସ୍ଥିତି ସ୍ବାଭାବିକ ଥାଆନ୍ତା ତେବେ ମୋତେ ଆପଣଙ୍କ ସହ ଦେଖା କରିବାର ସୌଭାଗ୍ୟ ମିଳିଥାଆନ୍ତା। ହେଲେ କରୋନା ମହାମାରୀ ପାଇଁ ଯେଉଁ ପରିସ୍ଥିତି ଉପୁଜିଛି ଏହି ଚିଠି ମାଧ୍ୟମରେ ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି ବୋଲି ମୋଦି କହିଛନ୍ତି। ୨୦୧୫ରେ ଜନତା ଦେଶରେ ଏକ ବଡ ପରିବର୍ତ୍ତନ ଆଶା କରି ଆମକୁ ଭୋଟ ଦେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ଆଉ ୫ ବର୍ଷ ଭିତରେ ଆମ ସରକାର ଦେଶର ବିଗିଡିଥିବା ବ୍ୟବସ୍ଥାକୁ ସଜାଡିବା ସହ ଭଷ୍ଟ୍ରାଚାର ମଧ୍ୟରୁ ଦେଶକୁ ବାହାରକୁ ବାହାର କରିପାରିଥିଲା। ପୁରୁଣା କାର୍ଯ୍ୟପ୍ରଣାଳୀକୁ ଦେଖିଲେ ଆମେ ଗରିବଙ୍କ ବ୍ୟାଙ୍କ ଖାତା ଖୋଲିଲୁ, ମାଗଣା ଗ୍ୟାସ କନେକଶନ ଦେଲୁ, ମାଗଣା ବିଜୁଳି ସଂଯୋଗ ଦେଲୁ, ଶୌଚାଳୟ ଓ ଘର ତିଆରି କରି ଗରିବଙ୍କ ଗାରିମା ବୃଦ୍ଧି କରିଛୁ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ମୋଦି ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ୍, ଓ୍ବାନ ର଼୍ୟାଙ୍କ ଓ୍ବାନ ପେନଶନ, ଓ୍ବାନ ନେଶନ ଓ୍ବାନ ଟାକ୍ସ, ଜିଏସ୍ଟି, କୃଷକଙ୍କ ଏମ୍ଏସ୍ପି ଆଦି କଥା ମଧ୍ୟ ବର୍ଣ୍ଣନା କରିଛନ୍ତି।