31 July 2016; Chris Gayle is dismissed during Match 30 of the Hero Caribbean Premier League match between Jamaica Tallawahs v St Lucia Zouks at Central Broward Stadium in Lauderhill, Florida, United States of America. Photo Ashley Allen/Sportsfile
ନୂଆଦିଲ୍ଲୀ,୨୬।୧୧: ଗତ କିଛିଦିନ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ଦକ୍ଷିଣ ଆଫିକାରେ ଖେଲାଯାଉଥିବା ମଞ୍ଜାସୀ ଟି-୨୦ ଲିଗ୍ରୁ ବିଦାୟ ନେଇଛନ୍ତି। ଏହି ଲିଗ୍ରେ ଜୋଜି ଷ୍ଟାର୍ସ ପକ୍ଷରୁ ଖେଳୁଥିବା ଗେଲ୍ ଗତ ୬ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ମାତ୍ର ୧୦୧ରନ୍ କରିଥିଲେ। ଫଳରେ ତାଙ୍କୁ ଦଳ ପରାଜୟର କାରଣ ବୋଲି କୁହାଯାଉଥିଲା। ଖରାପ ଫର୍ମ ଯୋଗୁ ମୋ ସହ ଭଲ ବ୍ୟବହାର କରାଯାଉନାହିଁ। ମୋତେ ସମ୍ମାନ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍କାରରେ ୪୦ ବର୍ଷୀୟ ଗେଲ୍ କହିଛନ୍ତି, ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ବ୍ୟାଟରୁ ରନ୍ ନ ହେଲେ ଅଚାନକ ଟିମ୍ ପାଇଁ ମୁଁ ବୋଝ ହୋଇଯାଉଛି। କେବଳ ଏହି ଫ୍ରାଞ୍ଚାଇଜ୍ ପାଇଁ ନୁହେଁ, ଆଜି ପର୍ଯ୍ୟନ୍ତ ଯେଉଁ ଫ୍ରାଞ୍ଚାଇଜ୍ ପାଇଁ ଖେଳିଛି ସବୁକୁ ଆଧାର କରି ଏହା କହୁଛି। ତେଣୁ ମୁଁ ଏହି ଟୁର୍ନାମେଣ୍ଟରୁ ବିଦାୟ ନେଉଛି ବୋଲି ସେ କହିଛନ୍ତି।