Image processed by CodeCarvings Piczard ### FREE Community Edition ### on 2018-12-31 20:29:16Z | |
ମୋନାକୋ (ଫ୍ରାନ୍ସ), ୧୬।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍ ଓ ତାଙ୍କ ଭ୍ରାତା ମାର୍କୋ ଏଠାରେ ଚାଲିଥିବା ମୋଣ୍ଟେ-କାର୍ଲୋ ମାଷ୍ଟର୍ସ ପ୍ରତିଯୋଗିତାର ପୁରୁଷ ଡବଲ୍ସ ଇଭେଣ୍ଟରୁ ବିଦାୟ ନେଇଛନ୍ତି। ପୁରୁଷ ଡବଲ୍ସ ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ଜୋକୋଭିଚ୍ ଭ୍ରାତା ୧-୬, ୩-୬ ସିଧାସଳଖ ସେଟ୍ରେ ୪ର୍ଥ ସିଡ୍ ସେବାଷ୍ଟିଆନ କାବଲ ଓ ରୋବର୍ଟ ଫର୍ହାଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। କଲମ୍ବିଆ ଯୋଡ଼ି ସେବାଷ୍ଟିଆନ ଓ ରୋବର୍ଟ ଏହି ମ୍ୟାଚ୍ ଜିତିବାକୁ ମାତ୍ର ୫୫ ମିନିଟ୍ ସମୟ ନେଇଥିଲେ। ଜୋକୋଭିଚ୍ ଏଥିପୂର୍ବରୁ ଚଳିତ ବର୍ଷ ବିଏନ୍ପି ପରିବାସ ଓପନ୍ର ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ଫାବିଓ ଫୋଗନିନିଙ୍କୁ ସାଥୀ କରି ଖେଳିଥିଲେ। ସେହିଭଳି ଭାଇ ମାର୍କୋଙ୍କୁ ସାଥୀ କରି ଜୋକୋଭିଚ୍ ସିଜନ ଆରମ୍ଭରେ ଅନୁଷ୍ଠିତ ଦୋହା ପ୍ରତିଯୋଗିତାର ମଧ୍ୟ ସେମିଫାଇନାଲକୁ ଉନ୍ନିତ କରିଥିଲେ।