FILE PHOTO: Soccer Football - Primeira Liga - Benfica v Vitoria de Setubal - Estadio da Luz, Lisbon, Portugal - September 28, 2019 Benfica fans hold scarves in the air inside the stadium before the match REUTERS/Rafael Marchante
ଲିସ୍ବନ,୧।୫(ଏପି): କୋଭିଡ-୧୯ ସଂକ୍ରମଣ କାରଣରୁ ପର୍ତ୍ତୁଗୀଜ ଫୁଟବଲ ଲିଗ୍ ସ୍ଥଗିତ ରହିଥିଲା। ତେବେ ଏହା ପୁଣି ଆରମ୍ଭ ହେବ। ଏହି ଲିଗ୍ ମେ ୩୦ ତାରିଖରୁ ପୁଣି ଆରମ୍ଭ ହେବ ବୋଲି ପର୍ତ୍ତୁଗାଲ ସରକାର ସୂଚନା ଦେଇଛନ୍ତି। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଗୁରୁବାର ଦେଶରେ ଚାଲିଥିବା ଲକ୍ଡାଉନକୁ ଉଠାଇ ନେବାକୁ ଯୋଜନା କରୁଛନ୍ତି ବୋଲି ଘୋଷଣା କରଥିଲେ। ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଉପରେ ସବୁକିଛି ନିର୍ଭର କରେ ବୋଲି କୋଷ୍ଟା ସ୍ପଷ୍ଟ କରିଛନ୍ତି। ଷ୍ଟାଡିୟମଗୁଡିକରେ ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଲିଗ୍ ମ୍ୟାଚ୍ଗୁଡିକ ବିନା ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ। ଲିଗ୍ ପଏଣ୍ଟ ତାଲିକାରେ ପୋର୍ଟୋ ଶୀର୍ଷରେ ରହିଛି। ତେବେ ଗୋଟିଏ ପଏଣ୍ଟ କମ୍ ପାଇ ବେନିଫିକା ଦ୍ୱିତୀୟ ସ୍ଥାନରେ ରହିଛି।