Mehul Choksi. (File Photo: IANS)
ନ୍ୟୁୟର୍କ,୨୬।୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କ ଉପରେ ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟୋନ ବ୍ରାଉନି ବଡ଼ ବୟାନ ରଖିଛନ୍ତି। ମେହୁଲଙ୍କୁ ଜଣେ ଠକ ବୋଲି ଗେଷ୍ଟୋନ ସମ୍ବୋଧନ କରିଛନ୍ତି। ଏଥିସହ ତାଙ୍କର ଆବେଦନ ସମୟ ଶେଷ ହେବା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଦିଆଯିବ। କେବଳ ସେତିକି ନୁହେଁ ମେହୁଲ ଯଦି ରାଜି ହୁଅନ୍ତି, ତେବେ ତାଙ୍କୁ ପଚରାଉଚରା ଓ ନ୍ୟାୟିକ ଯାଞ୍ଚ ପାଇଁ ଭାରତ ଅଧିକାରୀ ସ୍ବତନ୍ତ୍ର ଅଛନ୍ତି ବୋଲି ସେ କହିଛନ୍ତି।