Soccer Football - La Liga Santander - Real Madrid vs FC Barcelona - Santiago Bernabeu, Madrid, Spain - December 23, 2017 Real Madrids Cristiano Ronaldo in action with Barcelonas Lionel Messi REUTERS/Sergio Perez - RC11145D5F00
ବାର୍ସିଲୋନା,୧୦।୧୧- ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସିଙ୍କ ହ୍ୟାଟ୍ରିକ ବଳରେ ରବିବାର ବାର୍ସିଲୋନା ୪-୧ ସେଲ୍ଟା ଭିଗୋକୁ ହରାଇ ଦେଇଛି। ମେସିଙ୍କ ଲା ଲିଗା ଲିଗ କ୍ୟାରିୟରର ଏହା ୩୪ତମ ହ୍ୟାଟ୍ରିକ। ଏଥିସହିତ ସେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମକକ୍ଷ ହୋଇଛନ୍ତି। ପୂର୍ବତନ ରିଅଲ ମାଡ୍ରିଡ୍ ଖେଳାଳିଙ୍କ ନାମରେ କ୍ଲବ ସ୍ତରରେ ସମାନ ସଂଖ୍ୟକ ହ୍ୟାଟ୍ରିକ ଗୋଲ ରହିଛି। ମ୍ୟାଚ୍ର ୨୩ତମ ମିନିଟ୍ରେ ପ୍ରଥମ ଗୋଲ ଦେଇଥିବା ମେସି ୪୫+୧ ଓ ୪୮ ତମ ମିନିଟ୍ରେ କ୍ରମାଗତ ଦୁଇଟି ଗୋଲ ହ୍ୟାଟ୍ରିକ ପୂରଣ କରିଥିଲେ। ସେର୍ଗିଓ ବାସକ୍ୟୁଟ୍ସ ଚତୁର୍ଥ ଗୋଲ ଦେଇଥିଲେ। ପରାଜୟ ପରେ ପ୍ରତିପକ୍ଷ ଦଳର କୋଚ୍ ଓସ୍କାର ଗାର୍ସିଆ କହିଛନ୍ତି, କେହି ମେସିଙ୍କୁ ନିୟନ୍ତ୍ରଣ କରିପାରିବେ ନାହିଁ। ତାଙ୍କ ବିନା ଫଳାଫଳ ଭିନ୍ନ ହୋଇଥାନ୍ତା।