Categories: Home Leftଖେଳ

ମେଡିକାଲରୁୁ ଡିସ୍‌ଚାର୍ଜ ହେଲେ ଲାରା

ମୁମ୍ବାଇ,୨୬।୬- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ମେଡିକାଲରୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ଛାତିରେ ଯନ୍ତ୍ରଣା ହେଉଥିବାରୁ ସେ ମଙ୍ଗଳବାର ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଅଛି ବୋଲି ମେଡିକାଲର ପ୍ରବକ୍ତା ପାରଗ ଧୁର୍କେ କହିଛନ୍ତି। ଦେଶର ଆର୍ଥିକ ରାଜଧାନୀଠାରେ ଲାରା ବିଶ୍ୱକପ୍‌ ପ୍ରସାରଣକାରୀ ଚ୍ୟାନେଲ ଷ୍ଟାର ସ୍ପୋଟର୍‌ସ ଲାଗି ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି। ଏହି ପୂର୍ବତନ କ୍ରିକେଟର ୨୦୦୭ରେ ଓ୍ବେଷ୍ଟଇଣ୍ଡିଜ ବିଶ୍ୱକପ୍‌ରୁ ବିଦାୟ ନେବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ।