Categories: ଅନୁଗୋଳ

ମୃଦୁ ପାନୀୟରେ ନିଶା ଦେଇ ଯୁବକଙ୍କଠାରୁ ମୋବାଇଲ, ଟଙ୍କା ଲୁଟ୍‌; ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର

ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ଜାମୁଣ୍ଡା ଜଙ୍ଗଲ ଅଞ୍ଚଳର ଜଣେ ଯୁବକଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍‌ କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ ରାକେଶ କୁମାର ପ୍ରଧାନ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ୨ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରକାଶଯୋଗ୍ୟ, ରାକେଶ କଟକରୁ ଅନୁଗୋଳ ଫେରୁଥିବା ବେଳେ ଦୁଇଜଣ ଯୁବକ ଅନୁଗୋଳ ଛେଣ୍ଡିପଦା ଯିବେ ବୋଲି କହିଥିଲେ। ଏଣୁ ରାକେଶ ସେମାନଙ୍କ ଗାଡ଼ିରେ ବସିଥିଲେ। ସେମାନେ ତାଙ୍କୁ ଚଣ୍ଡିଖୋଲ ରାସ୍ତାରେ ନେଇଥିଲେ। ଏହାପରେ ଛତିଆ ଗୋବିନ୍ଦପୁରଠାରେ ତାଙ୍କଠାରୁ ଲୁଟ କରିଥିଲେ। ତେବେ ଚେତାଶୂନ୍ୟ ଅବସ୍ଥାରେ ରାକେଶ ପଡ଼ିଥିବା ବେଳେ ପରିବାରଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।