ମୃତଦେହରୁ ସଂକ୍ରମଣ ହେବନାହିଁ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ସଂକ୍ରମଣର ଭୟ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। ଭାରତରେ ୮୫ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ମୃତଦେହରୁ ଏହି ଭାଇରସ ବ୍ୟାପିକାବୁ ନେଇ ଗୁଜବ ପ୍ରଚାର ହେଉଥିବା ବେଳେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହାକୁ ନେଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ମୃତଦେହ ନିକଟରୁ କରୋନା ଭାଇରସ ବ୍ୟାପି ନ ଥାଏ। ଏହା କଫ ଦ୍ୱାରା ବ୍ୟାପିଥାଏ ବୋଲି ସେ କହିଛନ୍ତି। ତେଣୁ ମୃତ ଦେହ ସଂସ୍କାର କରିବାରେ କୌଣସି ଅସୁବିଧା ନାହିଁ। ସୂଚନାଯୋଗ୍ୟ, ଦିଲ୍ଲୀରେ ଶୁକ୍ରବାର କରୋନା ଭାରସରେ ସଂକ୍ରମଣ ଥାଇ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ଉପୁଜିଥିଲା। ସଂକ୍ରମଣ ଭୟରେ ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ବାରଣ କରାଯାଇଥିଲା। ଏହାପରେ ଅବଶ୍ୟ ପାଖାପାଖି ୩ ଘଣ୍ଟା ବିଳମ୍ବରେ ତାଙ୍କୁ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା।