India's injured cricketer Prithvi Shaw walks back to the pavilion at the end of the second Test cricket match between Australia and India in Perth on December 18, 2018. (Photo by WILLIAM WEST / AFP) / -- IMAGE RESTRICTED TO EDITORIAL USE - STRICTLY NO COMMERCIAL USE -- (Photo credit should read WILLIAM WEST/AFP/Getty Images)
ମୁମ୍ବାଇ,୧୫।୧୧(ପି.ଟି.)- ଡୋପ ଟେଷ୍ଟରେ ବିଫଳ ହେବା ଯୋଗୁ ୮ ମାସ ବାସନ୍ଦ ହୋଇଥିବା ଯୁବ ଭାରତୀୟ ଓପନର ପୃଥ୍ବୀ ଶ’ଙ୍କୁ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଲାଗି ଘୋଷିତ ୧୫ ଜଣିଆ ମୁମ୍ବାଇ ଦଳରେ ସାମିଲ କରାଯାଇଛି। ଆସନ୍ତା ୧୭ ତାରିଖରେ ତାଙ୍କ ବାସନ୍ଦ ସମୟ ଶେଷ ହେବ ଓ ସେ ଖେଳିବା ପାଇଁ ଉପଲବ୍ଧ ହେବେ। ତାଙ୍କୁ ଗତ ଜୁଲାଇରେ ବିସିସିଆଇ ବାସନ୍ଦ କରିଥିଲା। ଜାତୀୟ ଟି୨୦ ଟୁର୍ନାମେଣ୍ଟର ଅନ୍ତିମ ଦୁଇ ଲିଗ୍ ଓ ସୁପର ଲିଗ୍ ମ୍ୟାଚ୍ ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏଶନ ପକ୍ଷରୁ ଗୁରୁବାର ଦଳ ଘୋଷଣା ହୋଇଛି। ୨୦ ବର୍ଷୀୟ ଶ’ ୧୭ ତାରିଖରେ ଆସାମ ବିପକ୍ଷ ମ୍ୟାଚ୍ରେ ଖେଳିବେ। ମୁମ୍ବାଇ ଦଳ ଚଳିତ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି।