ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହାଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିଥିବା ସୂଚନା ମିଳିଛି। ଏହାର ପାଖାପାଖି ଅଧା ଅଂଶ ଭାଙ୍ଗି ପଡିଥିବା ବେଳେ ୪୦ରୁ ୫୦ ବ୍ୟକ୍ତି ଏହା ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭୁଷୁଡିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share