WELLINGTON, NEW ZEALAND - JANUARY 31: Virat Kohli of India looks on during game four of the Twenty20 series between New Zealand and India at Sky Stadium on January 31, 2020 in Wellington, New Zealand. (Photo by Hagen Hopkins/Getty Images)
ନୂଆଦିଲ୍ଲୀ, ୨୨।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଦୁଇ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଆୟୋଜନ କରିବାକୁ ଯାଉଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ସାମିଲ ହେବା ନେଇ ବିସିବି ଅନୁରୋଧ ଜଣାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଏ ନେଇ ବିଚାର କରୁଛି। ଅବଶ୍ୟ ଦୁଇ ଦଳ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି ଦୁଇଟି ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୧୮ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ ବୋଲି ବିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି। ଖୁବ୍ଶୀଘ୍ର ମ୍ୟାଚ୍ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରାଯିବ। ଦୁଇ ଦଳରେ ବିଭିନ୍ନ ଦେଶର ଖେଳାଳିଙ୍କୁ ସାମିଲ କରିବା ନେଇ କାର୍ଯ୍ୟ ଚାଲୁ ରହିଛି ବୋଲି ବୋଲି ସେ କହିଛନ୍ତି।