ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା ସରପଞ୍ଚ ସଂଘ

ଗୁଡଭେଲା,୧୪।୪(ଡି.ଏନ୍‌.ଏ): ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଜାରି ରହିଛି। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ସହାୟତାର ହାତ ବଢ଼ୁଛି। ଇତିମଧ୍ୟରେ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକର ସରପଞ୍ଚ ସଂଘ ପକ୍ଷରୁ ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରଲିିିଫ ପାଣ୍ଠିକୁ ୨୫ହଜାର ଏକ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।