India's MS Dhoni reacts as he leaves the field after being dismissed by New Zealand's Martin Guptill during the Cricket World Cup semi-final match between India and New Zealand at Old Trafford in Manchester, England, Wednesday, July 10, 2019. (AP Photo/Aijaz Rahi)
ନୂଆଦିଲ୍ଲୀ,୧୭।୧୦:ଭାରତୀୟ ଦଳର ପୂର୍ବତନ ମହେନ୍ଦ୍ର ସିଂ ଧୋନୀ ସାଧାରଣତଃ ନିଜ ଭାବନା ବୟାନ କରନ୍ତି ନାହିଁ। ସେ ‘କ୍ୟାପଟେନ୍ କୁଲ୍’ ଭାବେ ମଧ୍ୟ ଜଣାଶୁଣା। ଦଳର ବିଜୟ ହେଉ କି ପରାଜୟ ସେ ସବୁବେଳେ କୁଲ୍ ଦେଖାଯାନ୍ତି। ଏନେଇ ସେ କୁହନ୍ତି, ମୁଁ ଜଣେ ସାଧାରଣ ମଣିଷ, ମୋତେ ବି ବେଳେବେଳେ ରାଗ ଆସେ। କିନ୍ତୁ ପରିପ୍ରକାଶ କରେ ନାହିଁ। କେବଳ ପରିସ୍ଥିତିକୁ କାବୁ କରିବାକୁ ଚେଷ୍ଟା କରେ। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସମସ୍ୟା ଉପରେ ଆଲୋଚନା କରିବା ଅପେକ୍ଷା ତାର ସମାଧାନ ଖୋଜିବା ଆବଶ୍ୟକ। ତେଣୁ ଭାରକୁ ପ୍ରତିନିଧିତ୍ୱ କଲାବେଳେ ମୁଁ ସବୁବେଳେ ଦଳ ପାଇଁ ଆବଶ୍ୟକ ସମାଧାନକୁ ପ୍ରାଧାନ୍ୟ ଦିଏ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ୍ ପରେ ଧୋନୀ କ୍ରିକେଟଠାରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ସମୟରେ ସେ ସେନାରେ ଟ୍ରେନିଂ ନେବା ସହ ନିଜ ପରିବାର ସହ ସମୟ ବିତାଉଛନ୍ତି।