‘ମିଶନ ମଙ୍ଗଲ’କୁ ମହାରାଷ୍ଟ୍ର ସରକାରଙ୍କ ଉପହାର

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’। ଏହା ଏବେ ୧୫୦ କୋଟି ଆୟ କରିଥିବା ବେଳେ ଆଗକୁ ମଧ୍ୟ ଭଲ ଆୟ କରିବ ବୋଲି କୁହାଯାଉଛି। ତେବେ ଇତିମଧ୍ୟରେ ମହାରାଷ୍ଟ୍ରରେ ମଧ୍ୟ ଏହା ଭଲ ବ୍ୟବସାୟ କରୁଥିବା ବେଳେ ଏବେ ସେଠାକାର ସରକାର ଏହାକୁ କରମୁକ୍ତ କରିଛନ୍ତି। ତେଣୁ ଆଗାମୀ ଦିନରେ ଏହା ଆହୁରି ଭଲ ଆୟ କରିବ ବୋଲି ଟୁଇଟ୍‌ କରି କହିଛନ୍ତି ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ। ଅକ୍ଷୟଙ୍କ ଅଭିନୀୟ ଏହି ଫିଲ୍ମ ‘ମିଶନ ମଙ୍ଗଲ’ ସ୍ବାଧୀନତା ଦିବସ ଅବସରରେ ରିଲିଜ୍‌ ହୋଇଥିବା ବେଳେ ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉଓ୍‌’ ମଧ୍ୟ ସେହି ଦିନ ରିଲିଜ୍‌ ହୋଇଥିଲା। ହେଲେ ବ୍ୟବସାୟରେ ଏବେ ଜନ୍‌ଙ୍କୁ ପଛରେ ପକାଇଛି ଅକ୍ଷୟଙ୍କ ଅଭିନୀତ ଫିଲ୍ମ ପଛରେ ପକାଇ ଦେଇଥିଲା।