Britain's Prime Minister Boris Johnson and his partner Carrie Symonds gesture as they arrive at 10 Downing Street on the morning after the general election in London, Britain, December 13, 2019. REUTERS/Toby Melville
ଲଣ୍ଡନ,୧।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରେମିକା କୈରି ସାଇମଣ୍ଡସ୍ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ପରେ ପୂର୍ବରୁ ସେମାନେ ବିବାହ କରିଛନ୍ତି ବୋଲି ଶନିବାର କହିଛନ୍ତି। ତେବେ ଚଳିତବର୍ଷ ଗ୍ରୀଷ୍ମ ଆରମ୍ଭରେ ଏମାନେ ମାତାପିତା ହେବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାୟଳ ୧୦ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି। ସାଇମଣ୍ଡସ୍ ତାଙ୍କ ପର୍ସନାଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବୋରିସଙ୍କ ସହ ଏକ ଫଟୋ ଶେୟାର କରି ମା’ ହେବାର ସୂଚନା ଦେବାପରେ ଏହା ଜଣାପଡିଥିଲା। ପ୍ରଧାନମନ୍ତ୍ରୀ ବୋରିସଙ୍କୁ ଏବେ ୫୫ ବର୍ଷ ହୋଇଥିବା ବେଳେ ସାଇମଣ୍ଡସ୍ଙ୍କୁ ମାତ୍ର ୩୧ ବର୍ଷ। ଉଭୟେ ଗତବର୍ଷ ଶେଷ ବେଳକୁ ବିବାହ କରିଥିବା ଘୋଷଣା କରିଛନ୍ତି। ବୋରିସଙ୍କର ଏହା ତୃତୀୟ ବିବାହ ହୋଇଥିବା ବେଳେ ୨୦୧୮ରେ ସେ ତାଙ୍କ ସହଧର୍ମିଣୀଙ୍କ ସହ ୨୬ ବର୍ଷର ସମ୍ପର୍କକୁ ତୁଟାଇ ଦେଇଥିଲେ। ଆଉ ୨୦୧୯ରୁ ହିଁ ସେ ସାଇମଣ୍ଡସ୍ଙ୍କ ସହ ରିଲେସନଶିପରେ ଥିଲେ। ତେବେ ଅବିବାହିତ ଭାବେ ବୋରିସ ଓ ସାଇମଣ୍ଡସ୍ଙ୍କ ଯୋଡି ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିବା ଆରମ୍ଭ କରିଥିବା ବେଳେ, ବୋରିସ ୨୫୦ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ଥିବା ସମୟରେ ବିବାହ କରିଛନ୍ତି ବୋଲି କୁହାଯାଉଛି।