Sri Lanka's Lasith Malinga gets ready to bowl during the first one-day international cricket match between New Zealand and Sri Lanka at Bay Oval in Mount Maunganui on January 3, 2019. (Photo by MICHAEL BRADLEY / AFP) (Photo credit should read MICHAEL BRADLEY/AFP/Getty Images)
କଲମ୍ବୋ, ୨୧।୧୧ (ପି.ଟି.)- ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍ ପରେ କ୍ରିକେଟ୍ରୁ ଅବସର ନେବାକୁ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ଗତ ମାର୍ଚ୍ଚରେ ଘୋଷଣା କରିସାରିଥିଲେ। କିନ୍ତୁ ବୁଧବାର ମାଲିଙ୍ଗା ୟୁ-ଟର୍ନ ନେଇଛନ୍ତି। ଆହୁରି ୨ ବର୍ଷ କ୍ରିକେଟ୍ ଖେଳିପାରିବି ବୋଲି ଶ୍ରୀଲଙ୍କା ଟି୨୦ ଦଳର ଅଧିନାୟକ ରହିଥିବା ଏହି ୩୬ ବର୍ଷୀୟ ବୋଲର ଏକ ସାକ୍ଷାତକାର ଅବସରରେ କହିଛନ୍ତି। ‘ଟି୨୦ ମାତ୍ର ୪ ଓଭର ବୋଲିଂ କରିବାକୁ ପଡ଼ିଥାଏ। ମୋ ଦକ୍ଷତା ଅନୁଯାୟୀ ଅନୁଭବ କରୁଛି କି ମୁଁ ଏହା ଖେଳିପାରିବି। ବିଶ୍ୱର କୋଣ ଅନୁକୋଣରେ ଟି୨୦ କ୍ରିକେଟ୍ ଖେଳୁଛି ଏବଂ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ଖେଳିପାରିବି। କିନ୍ତୁ ଆସନ୍ତା ବର୍ଷ ବିଶ୍ୱକପ୍ ଲାଗି ଶ୍ରୀଲଙ୍କା କ୍ରିକେଟ୍ ମୋତ ନେତୃତ୍ୱ ଦାୟିତ୍ୱ ଦେଉଛି କି ତାହା ଅପେକ୍ଷା କରିଛି’ ବୋଲି ମାଲିଙ୍ଗା କହିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ପକ୍ଷରୁ କୁହାଯାଇଥିଲା କି ମୁଁ ବିଶ୍ୱକପ୍ରେ ଅଧିନାୟକ ରହିବି। କିନ୍ତୁ ଶ୍ରୀଲଙ୍କାରେ କିଛି ବି ହୋଇପାରେ। ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ଶ୍ରୀଲଙ୍କା କ୍ରିକେଟ୍ ପାଇଁ ଜଣେ ସ୍ଥିର ଅଧିନାୟକ ଆବଶ୍ୟକ ରହିଛି। ଦଳରେ ଭଲ ଦକ୍ଷ ବୋଲର ନାହାନ୍ତି। ସେଥିପାଇଁ ଶ୍ରୀଲଙ୍କା ଲଗାତର ଭଲ ଖେଳିପାରୁ ନାହିଁ। ସୁଧାରିବାକୁ ଆମକୁ ଆହୁରି ବର୍ଷେ ଦେଢ଼ବର୍ଷ ସମୟ ଲାଗିବ ଏବଂ ଆମକୁ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖିବାକୁ ପଡ଼ିବ। ମୋତେ ଲାଗୁଛି ଯୁବ କ୍ରିକେଟର୍ଙ୍କୁ କିଛି ଦେଇପାରିବି। ସେଥିଲାଗି ମୋତେ ଖେଳିବାକୁ ପଡ଼ିବ ବୋଲି ଏହି ସିଂହଳୀ ଦ୍ରୁତ ବୋଲର ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି।