CARDIFF, WALES - JUNE 04: Lasith Malinga of Sri Lanka celebrates after bowling Hamid Hassan to win the match during the Group Stage match of the ICC Cricket World Cup 2019 between Afghanistan and Sri Lanka at Cardiff Wales Stadium on June 04, 2019 in Cardiff, Wales. (Photo by David Rogers/Getty Images)
କାଣ୍ଡି,୨।୯(ଏଏଫ୍ପି): ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା ରବିବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସର୍ବାଧିକ ଉଇକେଟ ନେଇଥିବା ବୋଲର ହେବାର ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍ରେ କଲିନ ଡେ’ ଗ୍ରାଣ୍ଡହୋମଙ୍କୁ କ୍ଲିନ ବୋଲ୍ଡ କରି ଏହି ସଫଳତା ପାଇଛନ୍ତି। ଏଥିସହ ସେ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ(୯୮)ଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୧ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ୟର୍କର କିଙ୍ଗ୍ ଭାବେ ପରିଚିତ ମାଲିଙ୍ଗା ଗତ ଜୁଲାଇରେ କ୍ୟାରିୟରର ଅନ୍ତିମ ଦିନିକିଆ ଖେଳିଥିଲେ। ସେ ପ୍ରଥମ ଓଭରରେ କଲିନ ମୁନ୍ରୋଙ୍କୁ କ୍ଲିନ ବୋଲ୍ଡ ଆଉଟ୍ କରି ଆଫ୍ରିଦୀଙ୍କ ସମକକ୍ଷ ହୋଇଥିଲେ। ପୂର୍ବତନ ପାକିସ୍ତାନ ଲେଗ୍ ସ୍ପିନର ୯୯ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳି ୯୮ ଉଇକେଟ ନେଇଥିଲେ। ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି୨୦ ପଦାର୍ପଣ କରିଥିବା ୟର୍କର କିଙ୍ଗ୍ ୭୪ତମ ମ୍ୟାଚ୍ରେ ବିଶ୍ୱର ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରିଛନ୍ତି।