ମାଧପୁର ଅଞ୍ଚଳରେ ମନମୁଖି ବିଦ୍ୟୁତ୍‌ କାଟ: ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ

ମାଧପୁର,୨।୬: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଖରାଦିନ ହୋଇଥିବାରୁ ବିଦ୍ୟୁତ୍‌ କାଟ ଅସହ୍ୟ ହୋଇପଡୁଥିବା ଗ୍ରାମବାସୀ କହିଛନ୍ତି।
ଏ ନେଇ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ କେହି ଫୋନ ଉଠାଉ ନ ଥିବା ଅଭିଯୋଗ ହୋଇଛି ।

Share