Pamela Anderson arrives to attend the Chanel Spring/Summer 2019 women's ready-to-wear collection show at the Grand Palais transformed as a beach scene during Paris Fashion Week in Paris, France, October 2, 2018. REUTERS/Stephane Mahe
ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ ଜାନୁୟାରୀ ୨୦ରେ ପାମେଲାଙ୍କର ବିବାହ ହୋଇଥିଲା। କାଲିଫର୍ନିଆର ମାଲିବୁରେ ଏକ ଘରୋଇ ଉତ୍ସବରେ ଏହି ବିବାହ କରାଯାଇଥିଲା। ହଲିଉଡ ରିପୋଟର୍ସର ସୂଚନା ଅନୁଯାୟୀ, ବିବାହର ୧୨ଦିନ ପରେ ଏହି ଯୋଡି ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଫକ୍ସ ନ୍ୟୁଜର ସୂଚନା ଅନୁଯାୟୀ, ପାମେଲା କହିଛନ୍ତି ଜୀବନ ଏକ ଯାତ୍ରା ଓ ଭଲପାଇବା ଏକ ପ୍ରକ୍ରିୟା। ପାମେଲା ଆହୁରି ମଧ୍ୟ କହିଛନ୍ତି ପିଟର୍ସଙ୍କୁ ସେ ବହୁ ପୂର୍ବରୁ ଜାଣନ୍ତି ହେଲେ କେବେ ତାଙ୍କ ସହ ସମୟ କାଟି ନ ଥିଲେ। ତେଣୁ ଏବେ ସେ ଅନୁଭବ କରିଛନ୍ତି କି ତାଙ୍କ ସହ ସମୟ କାଟିବା ଏତେ ସହଜ ନୁହେଁ। ଏବେ ସେ ତାଙ୍କ ପରିବାର ସହ ସମୟ କାଟିବେ ବୋଲି କହିଛନ୍ତି।